Image Alt

Books

ବାଇବଲ ଏବଂ ଆଧୁନିକ ଭାରତର ନିମାଣ

Original price was: ₹400.Current price is: ₹300.

କିଛି ରାଜନେତାମାନେ “ଇଣ୍ଡିଆ”ର ନାମ ଏବଂ ସମ୍ବିଧାନକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । କାରଣ “ଇଣ୍ଡିଆ” ନାମଟି ଏବଂ ଏହାର ଧାରଣା ବାଇବଲରୁ ଆସିଥିବାରୁ ଏହି ସତ୍ୟତା ସେମାନଙ୍କୁ ଲଜ୍ଜାବୋଧ କରାଏ ।

୧୪୯୨ ରେ କ୍ରିଷ୍ଟୋଫର୍ କଲମ୍ବସ୍ ନୌଯାତ୍ରା କରି “ଇଣ୍ଡିଆ” ପର୍ଯ୍ୟନ୍ତ ଜଳପଥ ଆବିଷ୍କାର କରିବାରେ ବିଫଳ ହୋଇଥିଲେ । ୧୪୯୮ ରେ ଭାସ୍କୋ ଡ଼ା ଗାମା କେରଳର କାଲିକଟ (କୋଝିକୋଡ଼) ରେ ପହଞ୍ଚି ଦେଖିଲେ ଯେ କୌଣସି ସ୍ଥାନୀୟ ଲୋକ ନିଜ ଦେଶକୁ ଇଣ୍ଡିଆ ବୋଲି କହୁ ନଥିଲେ । ୧୬୦୦ ଏବଂ ୧୬୦୨ ମସିହାରେ ବ୍ରିଟିଶମାନେ ଏବଂ ଡଚ୍‌ମାନେ ଇଣ୍ଡୋନେସିଆ (ଇଣ୍ଡିଆନ୍ ଏସିଆ) ସହିତ ବାଣିଜ୍ୟ କରିବା ନିମନ୍ତେ ସେମାନଙ୍କର ଇଷ୍ଟ ଇଣ୍ଡିଆ କମ୍ପାନୀଗୁଡ଼ିକ ସ୍ଥାପନ କରିଥିଲେ । ସେହି ସମୟରେ, ୟୁରୋପୀୟମାନେ ମଧ୍ୟ ମୋଗଲ ସାମ୍ରାଜ୍ୟକୁ “ଇଣ୍ଡିଆ” ବୋଲି ଭାବୁ ନଥିଲେ ।

ଏହି ପୁସ୍ତକଟି, ବାଇବଲ କିପରି ଆଧୁନିକ ଭାରତର ନିର୍ମାଣ କରିଥିଲା ତାହା ବର୍ଣ୍ଣନା କରୁଥିବା ଏକ ପୁସ୍ତକମାଳାର ପ୍ରଥମ ପୁସ୍ତକ ଅଟେ । ଏହି ସତ୍ୟଟି ହିନ୍ଦୁ ରାଜନେତାମାନଙ୍କ ସମେତ ଧର୍ମନିରପେକ୍ଷ ଇତିହାସକାରମାନଙ୍କ ନିମନ୍ତେ ମଧ୍ୟ ସମାନ ଭାବେ ଅରୁଚିକର ଅଟେ । ସେମାନେ ବାଇବଲକୁ ପରିତ୍ୟକ୍ତ ପିଲାଳିଆ କାହାଣୀମାତ୍ର ବୋଲି ବିବେଚନା କରନ୍ତି: ଏହା କିପରି ମହାନ ରାଷ୍ଟ୍ରଗୁଡ଼ିକୁ ସୃଷ୍ଟି ଓ ନିର୍ମାଣ କରି ସେଗୁଡ଼ିକୁ ବଜାୟ ରଖିପାରିବ?

Reviews

There are no reviews yet.

Be the first to review “ବାଇବଲ ଏବଂ ଆଧୁନିକ ଭାରତର ନିମାଣ”

Your email address will not be published. Required fields are marked *